Man

ଗୁପ୍ତରୋଗର ଘରୋଇ ଉପଚାର

ଶୀଘ୍ରପତନ

1) ସକାଳେ ଖାଲି ପେଟରେ ପାଚିଲା କଦଳୀ ସହିତ 1 ଚାମଚ ଗାଇ ଘିଅକୁ ମିଶାଇ ଲଗାତାର 1ମାସ ଖାଇଲେ ଏହି ରୋଗ ଦୂର ହୁଏ

2) 10ଗ୍ରାମ ଘିଅ + 5ଗ୍ରାମ ମହୁ +10ଗ୍ରାମ ଯଷ୍ଟିମଧୁ (ମୁଲେଥି) ମିଶାଇ ଚାଟନ୍ତୁ ତଥା ଗରମ ଦୁଧ ପିଅନ୍ତୁ

3) ଖଜୁରୀକୁ କ୍ଷୀରିକରି ଥଣ୍ଡା କରି ଖାଇଲେ ବୀର୍ଯ୍ୟ ପୁଷ୍ଟ ହୁଏ

4) ଡାଲଚିନି ତେଲ ଓ ଅଲିଭ ତେଲ (ଜେତୁନ ତେଲ) ସମାନ ମାତ୍ରାରେ ମିଶାଇ ରାତିରେ ଶୋଇବା ପୂର୍ବରୁ ଲିଙ୍ଗରେ ମାଲିସ କଲେ ଏଥିରେ କଠୋରତା ଆସିଥାଏ l

5) ସୋରିଷ ଓ ଜଡ଼ା (ଏରଣ୍ଡ) ମଞ୍ଜି ସମାନ ମାତ୍ରାରେ ନେଇ ପାଉଡର କରି ତଥା ତିଳତେଲରେ ମିଶାଇ ଲିଙ୍ଗରେ ମାଲିସ କରନ୍ତୁ

6) ଲବଙ୍ଗ ତେଲ ଲିଙ୍ଗରେ ଲଗାଇ ସହବାସ କଲେ ଶୀଘ୍ରପତନ ଦୂର ହୁଏ

7) 8 ପେସ୍ତା ବାଦାମ (Almond) + 8 ଦାନା ଗୋଲମରିଚ + 5 ଗ୍ରାମ ଶୁଣ୍ଠୀ + ମିଶ୍ରି ମିଶାଇ ପ୍ରତିଦିନ ସକାଳେ ଦୁଧ ସହିତ ସେବନ କଲେ ସ୍ତମ୍ଭନ ଶକ୍ତି ବୃଦ୍ଧି ହୁଏ l

ସ୍ୱପ୍ନଦୋଷ ର ଘରୋଇ ଉପଚାର

ରାତି ଶୋଇବା ସମୟରେ ବା ଦିନରେ ବେଳେବେଳେ କାମ ଇଚ୍ଛା ମାତ୍ରେ ଯେତେବେଳେ ବୀର୍ଯ୍ୟ ସ୍ଖଳିତ ହୁଏ ତାକୁ ସପ୍ନଦୋଷ କୁହାଯାଏ l ଏହାକୁ ଦୂର କରିବାକୁ କିଛି ଘରୋଇ ଉପାୟ…

1) ସକାଳେ ଉଠି ତମ୍ବାପାତ୍ରରେ ରଖାଯାଇଥିବା ଥଣ୍ଡାପାଣି ପିଇଲେ ଏହି ରୋଗ ଦୂର ହୁଏ, ଗରମ ପ୍ରକୃତି ବାଲା ଲୋକ ଏହି ତୁଟୁକା ଅବଶ୍ୟ କରିବା ଉଚିତ l

2) ସକାଳେ ମହୁ ସହିତ ପାଚିଲା କଦଳୀ ଖାଇଲେ ସ୍ଵପ୍ନଦୋଷ ରେ ଆରାମ ମିଳେ

3) ଶୁଖା ଧଣିଆ ଓ ମିଶ୍ରି ସମାନ ମାତ୍ରାରେ   ମିଶାଇ ଥଣ୍ଡା ପାଣି ସହ ସେବନ କରିଲେ ସମସ୍ୟା ଦୂର ହୁଏ

4) ମୁଲେଥି (ଯଷ୍ଟିମଧୁ) ଚୁର୍ଣ୍ଣ, ମହୁ ଓ ଗାଇ ଘିଅ ମିଶାଇ ସେବନ କଲେ ସ୍ୱପ୍ନ ଦୋଷ ଦୂର ହୁଏ

5) ଗୁଳକନ୍ଦକୁ ଗାଇ ଘିଅ ସହ ମିଶାଇ ପିଇଲେ ସପ୍ନ ଦୋଷ ଦୂର ହୁଏ

6) ପାଚିଲା କଦଳୀ ମିଶ୍ରି ସହିତ ସେବନ କଲେ ଲାଭ ଦାୟକ

7) ବିଷୟ ବାସନା ଓ ହସ୍ତ ମୈଥୁନ ଠାରୁ ଦୁରେଇ ରହିବା ଓ ସଦା ପ୍ରସନ୍ନ ରହିଲେ ତଥା ଭଲ ସଙ୍ଗତ ରେ ରହିଲେ, ଯୋଗ ବ୍ୟୟାମ କଲେ ଅବଶ୍ୟ ଲାଭ ମିଳେ

ଯୋଗାସନ – ପଶ୍ଚିମଉତ୍ତାସନ

ନପୁଂସକତା ର ଘରୋଇ ଉପଚାର

ଏହି ରୋଗ ଅତ୍ୟଧିକ ସ୍ତ୍ରୀ ସମ୍ଭୋଗ, ମୋଟା ହେବା, ଚର୍ବି ବଢିବା, ଅଣ୍ଡକୋଷ ସମ୍ବନ୍ଧୀୟ ଦୁର୍ଘଟଣା, ହାର୍ନିଆ, ବହୁମୁତ୍ର ଆଦି କାରଣରୁ ମଧ୍ୟ ହୋଇପାରେ l ଅଧିକ ମଦ୍ୟ ପାନ ବା ନିଶା ପାଣି କଲେ ମଧ୍ୟ ଏହି ରୋଗ ହୋଇଥାଏ l ଏଥିରେ ମୈଥୁନ ଶକ୍ତି କମଜୋର ହୋଇଥାଏ l ପୁରୁଷର ଉତ୍ତେଜନା କମିଯାଏ l ଲିଙ୍ଗରେ ପାୱାର ବା ଶକ୍ତି କମିଯାଏ l ଏହା ଫଳରେ ଅନ୍ୟାନ୍ୟ ମାନସିକ ରୋଗ ମାଡିବସେ l

ଏହି ରୋଗର ଘରୋଇ ଉପଚାର

1) ରସୁଣ 6-8 କୋଲା (ଖୋସା) ଘିଅ ସହିତ ମିଶାଇ ଫୁଟାଇ (ଭାଜି) ଖାଇବେ ଓ କଞ୍ଚା ରସୁଣ ଦୁଇ ପାଖୁଡାକୁ ମହୁ ସହିତ ଖାଇବେ l ବହୁତ ଲାଭ ହେବ

2) ସକାଳେ ଗରମ ଗାଇ କ୍ଷୀର ସହିତ ତୁଳସୀ ମଞ୍ଜି ଓ ଗୁଡ଼ ସମାନ ମାତ୍ରାରେ ମିଶାଇ ସେବନ କଲେ ନଂପୁସକତା ଦୂର ହୁଏ l କ୍ଷୀରରେ ଖଜୁରୀ ଓ କିସମିସ ପକାଇ ପିଇବେ

3) ମହୁ + ଗାଇ ଘିଅ + ଧଳା ପିଆଜ ରସ ସମାନ ମାତ୍ରାରେ ମିଶାଇ ଦୁଧ ସହିତ ସେବନ କରିବେ

4) ମୁଲେଥି ଓ ମହୁ ସମାନ ମାତ୍ରାରେ ମିଶାଇ ତା ସହିତ ଗାଇ ଘିଅ ଖାଇ ତାପରେ ଉଷୁମ ଦୁଧ ପିଇଲେ ମୈଥୁନ ଶକ୍ତି ବଢିଥାଏ l

5) 1 ଲିଟର ଦୁଧ ସହ 1 ତୋଳା ଶତାବରୀ ବାଟି ମିଶାନ୍ତୁ ଓ ତାକୁ ଫୁଟାନ୍ତୁ, ଯେତେବେଳେ ଦୁଧ ଫୁଟି ଫୁଟି ଅଧା ହୋଇଯିବ ସେତେବେଳେ ମିଶ୍ରି ମିଶାଇ ପିଅନ୍ତୁ l ଏଥିରେ କାମ ଇଛା ବଢେ ଓ ଲିଙ୍ଗ ଢିଲା ହୁଏ ନାହିଁ l

6) ପିଆଜ ରସ ରେ ମହୁ ମିଶାଇ ଚାଟିଲେ ବୀର୍ଯ୍ୟ ବଢିଥାଏ

7) 1 କପ ଆଖୁ ରସ ସହିତ ଗହମ ଦାନା ଆକାରର ଚୂନ ମିଶାଇ ପତି ପତ୍ନୀ ଉଭୟ ପିଅନ୍ତୁ l ନଂପୁସକତା ଭଲ ହେବା ସହ ଡିମ୍ବାଣୁ ଓ ଶୂକ୍ରାଣୁ ବଢିଥାଏ l