Weight

ମୋଟାପା (ଓଜନ) କମେଇବାକୁ ଚାହୁଁଥିଲେ କରନ୍ତୁ ଏହି ଉପାୟ !!

ଆଜିକାଲି ମୋଟାରୁ ପତଳା ହେବାପାଇଁ ଲୋକ ମାନେ କଣ ନାହିଁ କଣ କରୁଛନ୍ତି, Morning walk କରୁଛନ୍ତି, ଡାଏଟିଂ କରୁଛନ୍ତି, ବିଭିନ୍ନ ନ୍ୟୁଟ୍ରିସନ କ୍ଲବ କୁ ଯାଉଛନ୍ତି, ଇତ୍ୟାଦି ଇତ୍ୟାଦି… କିନ୍ତୁ କିଛି ଲାଭ ପାଉନାହାନ୍ତି,  ଯଦି ବି କିଛି ଓଜନ କମିଲା ପୁଣି ଛାଡିଦେଲା ପରେ ଯେଉଁ କଥାକୁ ସେଇ କଥା

ଓଜନ ବଢିଲେ କଣ ଅସୁବିଧା…

1) ଟାଇପ 2 ଡାଇବେଟିସ, ଆଣ୍ଠୁଗଣ୍ଠି ବଥା ବାହାରିବ

2) ବ୍ଲଡ଼ ପ୍ରେସର, ହୃଦୟ ରୋଗ, ବଦହଜମି, କୋଷ୍ଠକାଠିନ୍ୟ, ଡାଇବେଟିସ୍ ଆଦି ରୋଗ ମାଡ଼ିବସିବାର ସମ୍ଭାବନା ଆସେ l

3) ଭଲ dress ପିନ୍ଧିବାରେ ପ୍ରୋବ୍ଲେମ

4) ବାହାଘର ପ୍ରସ୍ତାବ ଭଲ ଜୁଟି ନପାରେ

5) ବିପଦରେ ଶୀଘ୍ର ଦୌଡ଼ି ପାରିବେ ନାହିଁ

6) ଗରମ ବେଶୀ ଲାଗିବ

7) ଲୋକଙ୍କ ନଜର ଆପଣଙ୍କ ଉପରେ

8) ଗାଡି ମଟର ରେ ଯିବା ଅସୁବିଧା

9) ଆୟୁଷ କମିଯାଇ ପାରେ,

10) Doctor ବି ଆପଣଙ୍କୁ ପାଟି କରି ପାରନ୍ତି,

11) ଅଧିକ ପରିଶ୍ରମ କରି ହୁଏ ନାହିଁ, ଥକା ଲାଗେ

12) ମହିଳା ମାନଙ୍କର ସନ୍ତାନ ଜନ୍ମରେ ଅସୁବିଧା, ଇତ୍ୟାଦି….

ଏଥିରୁ ରକ୍ଷା ପାଇବାକୁ  ଓ ସାଙ୍ଗ ସାଥି ରିଲେଟିଭ ମାନଙ୍କୁ ସରପ୍ରାଇଜ ଦେବାକୁ ଯଦି ଚାହୁଁଛନ୍ତି ତେବେ ଏହି ଉପାୟ ସବୁ କରନ୍ତୁ

ଏହାର ଘରୋଇ ଉପଚାର

1) ନିୟମିତ ବ୍ୟାୟାମ ଆସନ କରନ୍ତୁ, ଆସନ ଠିକ ଢଙ୍ଗରେ କଲେ ପରମାନେଣ୍ଟ ରେଜଲ୍ଟ ମିଳେ ଓ ତୁରନ୍ତ ରେଜଲ୍ଟ ମିଳେ l

2) ସକାଳେ ସନ୍ଧ୍ୟା ଖାଲିପେଟରେ ଗରମ ପାଣି ଲେମ୍ବୁ ଚିପୁଡ଼ି ସୈନ୍ଧବ ଲବଣ ମିଶାଇ ପିଇବେ

3) ସକାଳେ ଖାଲିପେଟରେ ଗରମ ପାଣିରେ 1ଚାମଚ ମହୁ ମିଶାଇ ପିଇବେ

4) 1ତୋଳା ଶୁଣ୍ଠୀ କୁ ମହୁ ମିଶାଇ ଚାଟିଲେ ଓଜନ କମେ l

5) ତୁଳସୀ ପତ୍ର କୁ ମହୁ ମିଶାଇ ଖାଇବେ, ଅଧିକ ପରିଶ୍ରମ ବାଲା କାମ କଲେ ଶୀଘ୍ର ପତଳା ହେବେ, କିଛି ନହେଲେ ବାଡ଼ି ବଗିଚାରେ ମାଟି ହାଣନ୍ତୁ, ଗଛରେ ବାଲ୍ଟିରେ ପାଣି ବୋହି ନେଇ ପାଣି ଦିଅନ୍ତୁ ଇତ୍ୟାଦି l

6) ଖାଇବା ପରେ ପାନମହୁରୀ ଖାଇବା ବଦଳରେ କଳା ତିଳ ଖାଇବେ l ତିଳ କେବଳ ନଭେମ୍ବର, ଡିସେମ୍ବର, ଜାନୁଆରୀ, ଫ୍ରେବୃଆରୀ ମାସରେ ଖାଇବା ଉଚିତ l ମୋଟା କମ କରିବା ପାଇଁ କ୍ଷାରୀୟ ଜିନିଷ ଅଧିକ ଖାଇବା ଉଚିତ l

7) କ୍ଷାରୀୟ ଜିନିଷ ଅଧିକ ଖାଇବା ଉଚିତ ଯେପରି ଗାଜର, ନାଉ, ସେଓ ଏଗୁଡିକ ପେଟ ପୂରା 3 ମାସ ଲଗାତାର ଖାଆନ୍ତୁ l ତା ପର 3 /4 ଟି ଆମଲା ଲଗାତାର 3ମାସ ଖାଆନ୍ତୁ l ପୁଣି ଅଲଟରନେଟ କରନ୍ତୁ l ଏମିତି 1 -2 ବର୍ଷ କରିବେ, କାଜୁ କୁ ଛାଡ଼ି ଅନ୍ୟ କୌଣସି ଡ୍ରାଏ ଫ୍ରୁଟସ ଓଜନ ବଢାଏ ନାହିଁ l

8) ଦିପହରେ ଖାଇବାର ଦେଢ଼ ଘଣ୍ଟା ରୁ ଅଧିକ ଶୋଇଲେ ମୋଟାପା ବଢିଥାଏ l

9) ସକାଳେ ୨/୩ ଟି ଆପେଲ ନିହାତି ଖାଇବେ

ପ୍ରାଣାୟାମ – କପାଳଭାତୀର କୋର୍ସ ସର୍ବୋତ୍ତମ ଅଟେ

ଯୋଗାସନ – ଉତ୍ତାନପାଦାସନ Uttanpadasana (Raised Leg Pose) ପେଟକମେଇବା ପାଇଁ ଭଲ ଆସନ

ଏହା ସହିତ କିଛି ଆୟୁର୍ବେଦିକ ଓ ନ୍ୟୁଟ୍ରିସନାଲ ଉତ୍ପାଦ ବ୍ୟବହାର କଲେ ରେଜଲ୍ଟ (ପରିଣାମ) ଶିଘ୍ର ମିଲିଥାଏ

ଖାଇବେ ନାହିଁ

ଫାଷ୍ଟ୍ ଫୁଡ୍, ପେକିଙ୍ଗ୍ ଫୁଡ୍, ମାଂସ, ତେଲିଆ ଜିନିଷ, କୋଲଡ୍ ଡ୍ରିଙ୍କ୍, ସମୁଦ୍ର ଲୁଣ, ଘିଅ, ଡାଲଡା, ଧୂମପାନ, ଦହି, ଆଳୁ, ଖଟା, ଆଚାର, ଲଙ୍କା, ମସଲା, ଭେଣ୍ଡି, ଅରବି, ବାଇଗଣ, ପାନ, କ୍ଷୀରଚାହା, କଫି, ମଦ, ସୋରିଷ ସାଗ, ମାଛ, ଶୁଖିଲା ନଡିଆ, ମଇଦା ଜିନିଷ, ଚିନି, ଧଳାଲୁଣ, ସେଚୁରେଟେଡ୍ ଫେଟ୍, ବିସ୍କୁଟ୍, ଆଇସକ୍ରିମ୍, ବିରି (ବ୍ଲାକ୍ ଗ୍ରାମ), କାଜୁ

ଖାଇବେ: ଆପେଲ୍, ବୋଇତାଳୁ ଓ ମଞ୍ଜି, ଡାଳଚିନି, ଲବଙ୍ଗ, ଅଦା, ରସୁଣ, ଧଣିଆ, ବିନ୍, ମୌସୁମି, ଫୁଲକୋବି, ଶାଲଗମ୍, ମକା, ଅମୃତଭଣ୍ଡା (ପପେୟା), ଓଟ୍, ଡାଇବେଟିସ୍ ନଥିଲେ ପୁରୁଣା ମହୁ ଓ ପାଣି, ଲେମ୍ବୁ, ଆଲୋଭେରା ଜୁସ୍ ଓ ଆମଲା ଜୁସ୍, ନାଉଜୁସ୍, ମଲ୍ଟିଗ୍ରେନ୍ ରୋଟି, ଡାଳିମ୍ବ, ବିଟ୍, ଗାଜର, ଅଦା, ରସୁଣ, କମଳା, କିୱି, ଜିରା, ଫାଇବର ଜାତୀୟ ଖାଦ୍ୟ, ହର୍ବାଲ ଟି, ସ୍ପ୍ରାଉଟ୍, ସାଲାଡ୍, ପରିବା, କ୍ରାନବେରି ଓ ଅନ୍ୟାନ୍ୟ ବେରି ଜୁସ୍, ଇତ୍ୟାଦି ବହୁତ ଲାଭପ୍ରଦ

କେତକ ହାର୍ବ୍ – ଗାରସିନିଆ, ଗୁଗୁଲ୍, ତ୍ରିଫଳା, ମୁସ୍ତକ, ଅର୍ଜୁନ, ଅଶୋକ, ବବୁଲ, ବିଡଙ୍ଗ, ଚିତ୍ରକ ଇତ୍ୟାଦି

ନିୟମ

ଦିନରେ ଶୋଇବେ ନାହିଁ, ତ୍ରିଫଳା ଚୁର୍ଣ ରାତିରେ ପାଣିରେ ଖାଇବେ, ଟିଭି ଦେଖି ଦେଖି ଖାଇବେ ନାହିଁ, ନାଉ ଜୁସ୍ ଖାଇବା ଆଗରୁ ପିଇବେ ବିନା ଲୁଣରେ, ଖାଇବା ୧ ଘଣ୍ଟା ଆଗରୁ ସାଲାଡ୍ ଖାଇବେ, ଡେରି ରାତିରେ ଖାଇବେ ନାହିଁ, ସପ୍ତାହରେ ଥରେ ଉପାସ କଲେ ଭଲ, ଦିନକୁ ୩ଟି ସୁଷମ ଖାଦ୍ୟ ଖାଇବେ,

ରାତି ୧୨ ଘଣ୍ଟା ଉପାସ ରହିବେ, ସକାଳ ଜଳଖିଆ ଯେତିକି ଖାଇବେ, ଦିପହରେ ତାହାର ଅଧା ଓ ରାତି ଖାଇବା, ଦିପହର ଖାଇବାର ଅଧା ଖାଇବା ଉଚିତ୍ I

ଭଲ ପରିଣାମ ପାଇଁ (DIP Diet Chartଡାଏଟ୍ ଚାର୍ଟ୍ ପାଳନ କରନ୍ତୁ I

ଯେଉଁମାନେ ନା ଘରୁ ବାହାରି ପାରୁଛନ୍ତି morning walk ପାଇଁ,  ନା ପ୍ରତିଦିନ କ୍ଲବ ଯାଇପାରୁଛନ୍ତି, ନା ଜିମ୍ ଯାଇପାରୁଛନ୍ତି, ନା ଭୋକକୁ କଂଟ୍ରୋଲ କରିପାରୁଛନ୍ତି ସେହିମାନେ ଯଦି ଓଜନ କମେଇବାକୁ ଚାହୁଁଛନ୍ତି ସେମାନଙ୍କୁ ଏହି ଲେଖା ସେଆର କରି, ଏ ବିଷୟରେ ସୂଚନା ଦିଅନ୍ତୁ I

Buy Now