Woman

PCOS / PCOD କଣ? ଓ କିପରି ରକ୍ଷା ପାଇବେ ?

PCOS PCOD ଦ୍ୱାରା ମହିଳା ମାନଙ୍କର ମାସିକ ଧର୍ମ (menstrual cycle) ସହିତ ପ୍ରଜନନ କ୍ଷମତା (fertility) ଉପରେ ମଧ୍ୟ୍ୟ ପ୍ରଭାବ ପଡିଥାଏ ଓ ମହିଳାମାନେ ଗର୍ଭ ଧାରଣ କରିବାକୁ ଅସମର୍ଥ ହୋଇଯାଆନ୍ତିଯଦି ଏହାର ଚିକିତ୍ସା କରାନଯାଏ ତାହେଲେ ପରେ ଏହା ଗର୍ଭାଶୟ କର୍କଟ (କ୍ୟାନସର) ର ରୂପ ନେଇ ପାରେ l

ମହିଳାଙ୍କ ଡିମ୍ବାଶୟ ରେ Androgen Hormones ର ଅସନ୍ତୁଳନ ସାମାନ୍ୟରୁ ଅଧିକ ମାତ୍ରାରେ ହେବା କାରଣରୁ ଏହି ରୋଗ ଉତ୍ପନ୍ନ ହୋଇଥାଏ ଏହି ରୋଗ ମହିଳା ମାନଙ୍କର ପିଲା ଜନ୍ମ କରିବାରେ ଗଡବଡ କରିଥାଏ ପିଟୁଇଟାରି ଗ୍ରନ୍ଥି (Pituitary gland) ଯାହା ମୁଖ୍ୟ ଗ୍ରନ୍ଥି ଅଟେ ସେଥିରେ ଗଡବଡ଼ି କାରଣରୁ ମଧ୍ୟ ଏ ରୋଗର ସମ୍ଭାବନା ବଢିଯାଏ ଓ ଥାଇରଏଡ ରୋଗ ବି ଉତ୍ପନ୍ନ ହୋଇପାରେଏଥିପାଇଁ ତାଙ୍କୁ ପ୍ରଥମେ ଥାଇରଏଡ ଠିକ କରିବାକୁ ଷ୍ଟେପ ନେବା ଉଚିତମଧୁମେହ କାରଣ ରୁ ମଧ୍ୟ ଏହି ରୋଗର ଆଶଙ୍କା ବଢିଥାଏ ତଥା ଅନୁବଂଶିକ ମଧ୍ୟ ହୋଇପାରେ l

PCOD – Poly Cystic Ovarian Disease

PCOS – Poly Cystic Ovarian Syndrome

ଏ ଦୁଇଟି ଏକା ରୋଗର ନାମ ପୋଲି ର ଅର୍ଥ ବହୁତ ଗୁଡ଼ାଏ ଓ ସିଷ୍ଟିକ  ଅର୍ଥାତ ଛୋଟ ଛୋଟ ଦାନାପରିଓଭାରି (ଡିମ୍ବାଶୟ )ରେ ଭରି ହୋଇଥାଏ l

ଯେଉଁମାନଙ୍କର ମାସିକ ଧର୍ମ ଠିକ ଭାବରେ ନିୟମିତ ହୁଏ ନାହିଁ ବା କହିପାରିବେ ଯେ ଡିମ୍ବାଣୁ ଡିମ୍ଵାଶୟରୁ ବାହାରି ପାରେ ନାହିଁ ବା ପୂର୍ଣ୍ଣ ବିକଶିତ ହୋଇପାରେ ନାହିଁସେହି ଗୁଡିକ ଓଭାରି ଉପରେ ଛୋଟ ଛୋଟ ଗଣ୍ଠି ପରି ରୂପ ନେଇଥାଏ l

ଏହାର ପ୍ରଭାବ

ଏହାର କାରଣରୁ ମହିଳା ମାନଙ୍କର ମାସିକ ଧର୍ମ ସହ ପିଲା ଜନ୍ମ କରିବାର କ୍ଷମତା (fertility) ଉପରେ ପ୍ରଭାବ ପଡେ ଓ  ମହିଳାମାନେ ଗର୍ଭ ଧାରଣ କରିବାରେ ଅସମର୍ଥ ହୋଇଥାନ୍ତି l

ଲକ୍ଷଣ

ଅନିୟମିତ ମାସିକ ଧର୍ମ

ବାରମ୍ବାର ଗର୍ଭପାତ / ବାଞ୍ଝପଣ

ଓଜନ ବଢିବା,

ଶରୀରରେ ଅଦରକାରୀ ବାଳ ଉଠିବା

ଯୌନ ଇଚ୍ଛା କମିଯିବା

ଯଦି ଏଥିରୁ 2/3 ଟି ଲକ୍ଷଣ ଦେଖାଦିଏ ଆପଣ ଏହାର ଟେଷ୍ଟ ନିଶ୍ଚିତ କରନ୍ତୁ

PCOD ପାଇଁ ପରୀକ୍ଷଣ / Test

Ultra Sound Scan of Pelvis

Serum LH

Serum FSH

LH: FSH Ratio

DHEA -S Level

ଉପଚାର କରୁଥିଲେ ପ୍ରତିମାସ ସୋନୋଗ୍ରାଫି କରାଉଥାନ୍ତୁ l

କାରଣ

ଥାଇରଏଡଉଚ୍ଚ ରକ୍ତଚାପହାଇପର ଟେନସନକୋଲେଷ୍ଟେରୋଲ ବଢିବା, HDL କମିଯିବା, Triglyceride ବଢ଼ିଯିବା କାରଣରୁ ମଧ୍ୟ PCOD ହୋଇପାରେ,  ଅନୁବଂଶିକ କାରଣରୁ ମଧ୍ୟ  ହୋଇପାରେ l

ମୋଟାପା କାରଣରୁ ଅତ୍ୟଧିକ ଚର୍ବି ହୁଏ ଓ Estrogen Hormone ର ପରିମାଣ ବଢିଯାଏ ଯାହା ସିଷ୍ଟ ତିଆରି କରିବା ପାଇଁ ଦାୟୀ ବୋଲି ଜଣାଯାଏ l

ଭାଗଦୌଡ଼ ଜୀବନରେ ଷ୍ଟ୍ରେସ ଓ ଭୁଲ ଖାଦ୍ୟପେୟଭୁଲ ଜୀବନଶୈଳୀ ପାଇଁ ମଧ୍ୟ୍ୟ ହର୍ମୋନଲ imbalance ହୋଇଥାଏ ଯାହା ଏହାର ଅନ୍ୟ କାରଣ ମଧ୍ୟ ହୋଇଥାଏ l

ସରଳ ଘରୋଇ ଉପଚାର

ଅଳସୀ (ଫ୍ଲାକ୍ସ ତେଲ )- ଏଥିରେ ଅମେଗା 3 ଥାଏଯାହା Hormonal imbalance ପାଇଁ ଗୁରୁତ୍ୱପୂର୍ଣ୍ଣ

ବାଦାମ ଓ ଅଖରୋଟ – 5ବାଦାମ 5 ଅଖରୋଟ ଓ 5ଗ୍ରାମ ଅଳସୀ ମଞ୍ଜି ମିଶାଇ କରି ଗରମ ଗାଇ କ୍ଷୀର ସହ ସେକ ବନାଇ ପିଅନ୍ତୁ l

ଅଙ୍କୁରିତ ଶସ୍ୟ – ଗଜା ମୁଗ daily ଖାଇପାରିବେ

ଯଅ – ଯ ର ମୋଟା ଅଟା ବ୍ୟବହାର କରନ୍ତୁଏହାର Glycemic Index (GI) ବହୁତ କମ ଅଟେ ଫଳରେ ରକ୍ତ ଶର୍କରା ନିୟନ୍ତ୍ରଣ ରହେ ଓ ଓଜନ ନିୟନ୍ତ୍ରଣ ରହେ l

ଡାଲଚିନି – ଏହା ଶ୍ରେଷ୍ଠ ମସଲା ଅଟେଏଥିରେ Hydroxychalcone ଅଛି ଯାହା ଇନସୁଲିନ ର ପ୍ରଭାବ ବଢାଏ ଓ ଓଜନ କଣ୍ଟ୍ରୋଲ କରେ,  5 ଗ୍ରାମ daily ଖାଆନ୍ତୁ

ମେଥିଦାନା – ସକାଳଦିପହର,  ସନ୍ଧ୍ୟା  ପାଣିରେ ବତୁରାଈ ଦିନକୁ ତିନିଥର ଖାଇବାର 10 ମିନିଟ ଆଗରୁ

ବ୍ରୋକୋଲି – ଏହା PCOD ପାଇଁ ବହୁତ ଲାଭଦାୟକଏହାକୁ ସେବନ କରୁଥିଲେ ଏ ରୋଗ ହୁଏ ନାହିଁ

ମଶରୁମ,  ସବୁଜ ପରିବାପାଳଙ୍ଗସାଲାଡ଼ଟମାଟୋକାକୁଡିକନ୍ଦମୂଳତରଭୁଜମୁଲେଥିହଳଦୀଅଦାରସୁଣଲେମ୍ବୁ,  ପୁଦିନାପ୍ରତିଦିନ ଖାଆନ୍ତୁ

ମୁଲେଥି – ଏହା ଏକ ଏପରି ହର୍ବ ଯାହାକୁ ଖାଇଲେ ମହିଳାଙ୍କ ଶରୀରେ ଆଣ୍ଡ୍ରୋଜେନ   ହର୍ମୋନ କମ ହେବାରେ ଲାଗେ ଓ PCOD ରୁ ସୁରକ୍ଷା ମିଳେଏହା ସେମାନଙ୍କ ପାଇଁ ସବୁପ୍ରକାର ଭାବେ ଲାଭକାରୀ l

କ୍ୟାଲସିୟମ – ଏହି ଚିକିତ୍ସାରେ କ୍ୟାଲସିୟମ ବହୁତ ଲାଭକାରୀଦେଶୀ ଗାଇ କ୍ଷୀର ପ୍ରତିଦିନ ଦୁଇ ଗ୍ଲାସ ପିଇ ପାରିବେଗହମ ଦାନା ଆକାରରେ ଚୂନ ପ୍ରତିଦିନ ପାଣିରେ ମିଶାଇ ବା ଦହି ରେ ମିଶାଇ ଖାଇ ପାରିବେ କ୍ୟାଲସିୟମ ଡିମ୍ବାଣୁ ର ପରିପକ୍ଵତା ଓ ଡିମ୍ଵାଶୟର ବିକାଶରେ ସାହାଯ୍ୟ କରେ ତଥା ମୂତ୍ରାଶୟ ର ହେବାକୁ ଥିବା ସଂକ୍ରମଣ ରୁ ବଞ୍ଚାଇଥାଏଚୂନ ମହିଳା ମାନଙ୍କର  ସମସ୍ତ ରୋଗ ପାଇଁ ବହୁତ ଉପଯୋଗୀ l

ଏହି ଜିନିଷ ଗୁଡିକ ଭୋଜନ ସହ ନିଶ୍ଚୟ ସାମିଲ କରନ୍ତୁ

ପୁଦିନା – ଏହା ଆଣ୍ଟି ଆଣ୍ଡ୍ରୋଜେନ ଅଟେ

କାଞ୍ଚନାର ଗୁଗୁଲ – ଦୁଇ ଦୁଇଟି ଗୋଲି ସକାଳ ସନ୍ଧ୍ୟା ଚୋବେଇ ପାଣି ସହିତ ଖାଇବେ (ବୈଦ୍ୟନାଥ)

PCOD ଉପଚାର ପାଇଁ ଜୀବନ ଶୈଳୀ ପରିବର୍ତ୍ତନ

ଓଜନ କମ କରନ୍ତୁ

ବ୍ୟାୟାମ – ଚାଲବୁଲଏରୋବିକ୍ସ

ସୁଷମ ଖାଦ୍ୟ ଖାଇବେ

ଟେନସନ ମୁକ୍ତ ରହିବେ

ପ୍ରାଣାୟାମ କରିବେ – କପାଳଭାତି, ଅନୁଲୋମ ବିଲୋମ ଓ ଭ୍ରାମରୀ

ସକାରାତ୍ମକ ବିଚାର ରଖିବେ

ତେଣୁ ଏସବୁକୁ ଯଥାଶୀଘ୍ର ଅନୁସରଣ କଲେ, PCOD ଓ ଏହାଦ୍ୱାରା ହେଉଥିବା ଦୀର୍ଘକାଳୀନ ବିପଦରୁ ରକ୍ଷା ପାଇପାରିବେ l