1) Fruit Juice (ଫଳ/ରସ) ଖାଆନ୍ତୁ, ବିଭିନ୍ନ ପ୍ରକାର ଫଳ ଓ ପରିବା, ଶାଗ (ପତ୍ର ପରିବା) ଆଦି ର ଜୁସ ପ୍ରତିଦିନ ପିଅନ୍ତୁ
2) ପାଣି ଦିନକୁ 1.5 ରୁ ଅଢେଇ ଲିଟର ପିଅନ୍ତୁ, ଉଷୁମ ପାଣି ପିଇବା ଅତ୍ୟନ୍ତ ଭଲ
3) ବ୍ୟାୟାମ – ଏହା ଷ୍ଟ୍ରେସ ଲେଭେଲ କୁ କମ କରେ, ସ୍ୱାସ୍ଥ୍ୟ ଠିକ ରଖିଥାଏ
4) ଖାଇବା ଆଗରୁ ଭଲ ଭାବେ ହାତ ଧୁଅନ୍ତୁ, ପ୍ରତିଦିନ ସ୍ନାନ କରନ୍ତୁ, ଦାନ୍ତ ପାଟି ପରିଷ୍କାର ରଖନ୍ତୁ
5) ନିଦ୍ରା – ପ୍ରତିଦିନ 7/8 ଘଣ୍ଟା ଶୋଇବା ଦରକାର, ଅନିଦ୍ରା ରୁହନ୍ତୁ ନାହିଁ
6) ଅଦରକାରୀ ଆଣ୍ଟି ବାଈଓଟିକ ଖାଆନ୍ତୁ ନାହିଁ ବା ଯଥା ସମ୍ଭବ ତ୍ୟାଗ କରନ୍ତୁ,
7) ନିଶାଦ୍ରବ୍ୟ, ଧୂମପାନ, ଅତ୍ୟଧିକ ରାସାୟନିକ ଔଷଧ ସେବନ ତ୍ୟାଗ କରନ୍ତୁ, ଅତ୍ୟଧିକ ଭୋଜନ କରନ୍ତୁ ନାହିଁ
8) ସକାଳ ଖରା ରେ ନିହାତି ଅଧଘଣ୍ଟା ଚଲାବୁଲା କରନ୍ତୁ ବା ଖରା ଯେପରି ଦେହରେ ପଡେ (ସୂର୍ଯ୍ୟସ୍ନାନ) ସେହି ବ୍ୟବସ୍ଥା କରନ୍ତୁ, ଏହାଦ୍ୱାରା ଭିଟାମିନ D ତିଆରି ହୋଇଥାଏ l
9) ଷ୍ଟ୍ରେସ ଓ Anxiety ଠାରୁ ଦୂରରେ ରହନ୍ତୁ, ଏହା ହର୍ମୋନ ଉପରେ ପ୍ରଭାବ ପକାଏ, ସକାରାତ୍ମକ ଚିନ୍ତାଧାରା ପୋଷଣ କରନ୍ତୁ l
10) ଅଦା ଚାହା (Ginger Tea), ହର୍ବଲ ଚା, ଇତ୍ୟାଦି ସେବନ କରନ୍ତୁ ଏହା ହଜମ ପ୍ରକ୍ରିୟାକୁ ଦୃଢ଼ କରିଥାଏ ଓ ଅଦା ଜୀବାଣୁ ମାନଙ୍କ ଠାରୁ ଦେହର ପ୍ରତିରକ୍ଷା ପ୍ରଣାଳୀକୁ ମଜଭୁତ କରିଥାଏ l
11) ଉପକାରୀ ଜୀବାଣୁ – ପ୍ରୋବାଈଓଟିକସ (Probiotics) ଥିବା ଖାଦ୍ୟ ଯଥା ବସାଦହି.. ଖାଆନ୍ତୁ ଏଥିରେ Lactobacillus ନାମକ ଉପକାରୀ ଜୀବାଣୁ ଥାଆନ୍ତି ଯାହା ଖାଦ୍ୟନଳୀକୁ ସୁସ୍ଥ ରଖିବା ସହିତ ଇମ୍ୟୁନୁ ସିଷ୍ଟମ କୁ ମଜଭୁତ କରନ୍ତି l
12) ଲେମ୍ବୁଜାତୀୟ ଫଳ (Citrus Fruit) – ଲେମ୍ବୁ, କମଳା, ମୌସୁମୀ ଆଦିରେ ଭିଟାମିନ C ଅଧିକ ପରିମାଣ ରେ ଥାଏ ଯାହା WBC ପରିମାଣକୁ ବଢ଼ାଇ ଥାଏ, ଏହି କୋଷଗୁଡିକ ଭାଇରାଲ ରୋଗ ଯଥା ଥଣ୍ଡା କାଶ ଆଦି ସହ ଲଢେ଼ଇ କରିଥାଆନ୍ତି l ଏହି ଜାତୀୟ ଫଳ ଅଧିକ ଖାଆନ୍ତୁ l
13) ରସୁଣ – ଏଥିରୁ ଆଲିସିନ ମିଳିଥାଏ ଯାହା ରୋଗ ପ୍ରତିରୋଧ ଶକ୍ତିକୁ ଉତ୍ତେଜିତ କରିଥାଏ l ଏଥିରେ ଜିଙ୍କ ଓ ସେଲେନିୟମ ମଧ୍ୟ ଥାଏ ଯାହା ଫ୍ଲୁ ଆଦି ରୋଗରୁ ରକ୍ଷା କରିଥାଏ l ପ୍ରତିଦିନ 2/4 ପାଖୁଡା ରସୁଣ ନିହାତି ଖାଆନ୍ତୁ l
14) ଗ୍ରୀନ ଟି – ଏଥିରେ (Polyphenols) ପଲିଫେନଲସ ଓ ଆଣ୍ଟି ଅକ୍ସିଡେଣ୍ଟ ଥାଏ, ଏହା ଫ୍ରି ରେଡ଼ିକାଲ ଗୁଡିକୁ ନ୍ୟୁଟ୍ରାଲାଇଜ (ସନ୍ତୁଳିତ) କରିଥାଏ ଯାହା କୋଷର ମେଟାବୋଲିଜିମ ପ୍ରକ୍ରିୟାକୁ ସ୍ପୀଡ଼ କରିଥାଏ ଓ ଶରୀରରୁ ଅନାବଶ୍ୟକ ଚର୍ବିକୁ ହଟାଇଥାଏ l ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିଥଏ l
15) ଆମଲା – ଏଥିରେ କମଳା ଠାରୁ ପ୍ରବଳ ମାତ୍ରାରେ ଭିଟାମିନ C ଥାଏ, ଏହା ଇମ୍ୟୁନିଟି କମ ଥିବା ସମୟରେ ଲିୟୁକୋସାଇଟ କୁ Reconstitute କରିଥାଏ l
16) ଗ୍ରୀନ ଜୁସ – ଏଥିରେ କ୍ଲୋରୋଫିଲ୍ ଥାଏ, ଯେଉଁଥିରେ ଭିଟାମିନ A B ଓ E ଥାଏ, ଏହା ଇମ୍ୟୁନିଟି ବଢାଏ ଓ ଶରୀରର pH କୁ ସନ୍ତୁଳିତ କରେ
17) ମହୁ/ପୋଲେନ – ଆଣ୍ଟିବଡ଼ି ତିଆରି କରିବାରେ ସାହାଯ୍ୟ କରେ, ଫଳରେ ଇମ୍ୟୁନିଟି କୁ ମଜବୁତ କରେ
18) ପାନମହୁରୀ ଜୁଆଣି ଚା – ଇମ୍ୟୁନିଟି ବଢାଇବା ସହ ବିଭିନ୍ନ ପ୍ରକାର ଭାଇରସ ଓ ଥଣ୍ଡା ଆଦିରୁ ରକ୍ଷା କରେ
19) ଗାଜର – ଏଥିରେ ବିଟା କାରୋଟିନ ଯାହା ଇନଫେକସନ ବିରୁଦ୍ଧରେ କାମ କରେ
20) ଓ଼ମେଗା 3-6-9– ଏହା ବିଭିନ୍ନ ପ୍ରକାର କାମ କରେ, ଶରୀରକୁ ସୁସ୍ଥ ରଖେ
21) ପିଆଜ – ଏଥିରେ Quercetin ଥାଏ, ଭାଇରଲ ରୋଗ ଓ ଏଲର୍ଜୀ ରୁ ରକ୍ଷା କରେ
22) ନଟସ/ଡ୍ରାଏ ଫ୍ରୁଟସ – ଏଗୁଡିକରେ ଭିଟାମିନ E ଥାଏ, ଇମ୍ୟୁନିଟି ବଢାଏ l କାଜୁ, ଆଲମଣ୍ଡ, ୱାଲନଟ ଆଦି
23) ସବୁଜ ପତ୍ର – ଏଥିରେ ଆଣ୍ଟି ଅକ୍ସିଡେଣ୍ଟ ଓ ଭିଟାମିନ A, B6, B12 ଥାଏ, ଇନଫେକସନ ରୁ ରକ୍ଷା କରେ,
24) ଛତୁ (Mushrooms) – ଶରୀରର ଡ଼ିଫେନସ ସିଷ୍ଟମ କୁ ବଢାଏ
25) ନଡ଼ିଆ ତେଲ – ଏଥିରେ ଲରିକ ଏସିଡ ଓ କ୍ୟାପ୍ରିଲିକ ଏସିଡ (Caprylic Acid) ଥାଏ ଯାହା ଆଣ୍ଟି ବ୍ୟାକ୍ଟେରିଆଲ ଓ ଆଣ୍ଟି ଭାଇରଲ ହୋଇଥାଏ
26) ପ୍ୟାକେଟ ଫୁଡ – ଏଥିରେ କେମିକାଲ ଓ ପ୍ରିଜରଭେଟିଭ ଥାଏ ତେଣୁ ଖାଇବା ଅନୁଚିତ
27) ଜିଙ୍କ ଓ ସେଲେନିୟମ – କ୍ଷୀର, ହୋଲ ଗ୍ରେନ, ବିନସ ଖାଇବା କଥା, ପଲିସ ହୋଇଥବା ଗ୍ରେନ ବା ଚୋକଡ ଶୂନ୍ୟ ଶସ୍ୟ ଖାଇବା ଉଚିତ ନୁହେଁ କାରଣ ଏଥିରେ ଫାଇବର ନଥାଏ
Top vitamins minerals for immunity
1) ଭିଟାମିନ C – Citrus Fruit ଲେମ୍ବୁ ଜାତୀୟ ଫଳ, ପତ୍ର ପରିବା, ପାଳଙ୍ଗ, ଷ୍ଟ୍ରବେରି, ଆମଲା, ସାଧାରଣତ ଏହା ଅଳ୍ପ ବହୁତ ସବୁ ଫଳ ଓ ପନି ପରିବା ରେ ଥାଏ l
2) ଭିଟାମିନ E – ଏହା ଭିଟାମିନ C ପରି ଏକ ଶକ୍ତିଶାଳୀ ଆଣ୍ଟି ଅକ୍ସିଡେଣ୍ଟ ଅଟେ l ଆଲମଣ୍ଡ, ବାଦାମ ଆଦିରେ ମିଳିଥାଏ l ପାଳଙ୍ଗ ଓ ବ୍ରାକୋଲି ରେ ମଧ୍ୟ ଥାଏ l ଏହି ଭିଟାମିନ ଶରୀରରେ 200 ପ୍ରକାର ଜୈବରାସାୟନ ପ୍ରକ୍ରିୟା (biochemical reaction) ସମ୍ପାଦନ କରିଥାଏ ଯାହା ଇମ୍ୟୁନ୍ୟୁ ସିଷ୍ଟମ ପାଇଁ ଲାଭଦାୟକ l
3) ଭିଟାମିନ A – ଯେଉଁ ଖାଦ୍ୟ ସାଧାରଣତ ରଙ୍ଗୀନ ଅଟେ ସେଥିରେ କାରୋଟୋନଏଡ ନାମକ କମ୍ପାଉଣ୍ଡ ଥାଏ ଯେପରିକି ଗାଜର, ବୋଇତାଳୁ ଆଦି.. ଏହା ଶରୀରରେ ଭିଟାମିନ A ରେ କନଭର୍ଟ ହୋଇଥାଏ, ଏଥିରେ ଥିବା ଆଣ୍ଟି ଅକ୍ସିଡେଣ୍ଟ ଇମ୍ୟୁନ୍ୟୁ ସିଷ୍ଟମକୁ ମଜଭୁତ କରିଥାଏ l
4) ଭିଟାମିନ D – ଏହା ସାମୁଦ୍ରିକ ମାଛ, କ୍ଷୀର, କମଳା ରସ, ଶସ୍ୟ ଆଦିରୁ ମିଳିଥାଏ, ତାହା ଛଡା ସୂର୍ଯ୍ୟ କିରଣରୁ ମିଳିଥାଏ l
5) ଫଲିକ ଏସିଡ ବା ଫୋଲେଟ – ଫୋଲେଟ ହେଉଛି ପ୍ରାକୃତିକ ରୂପ ଓ ଫଲିକ ଏସିଡ ହେଉଛି କୃତ୍ରିମ ରୂପ I ବିନସ, ମଟର, ଗ୍ରୀନ ପରିବା ଆଦିରେ ଥାଏ l
6) Iron – ଆଇରନ – ଏହା ଦେହରେ ଅକ୍ସିଜେନକୁ ବିଭିନ୍ନ କୋଷ ପାଖରେ ପହଞ୍ଚାଇ ଥାଏ l ଏହା ବିନସ, ବ୍ରାକୋଲି, ଆଦି ଜିନିଷ ରୁ ମିଳିଥାଏ
7) ସେଲେନିୟମ – ଏହା ଇମ୍ୟୁନ୍ୟୁ ସିଷ୍ଟମ ଉପରେ ଶକ୍ତିଶାଳୀ ପ୍ରଭାବ ପକାଇଥାଏ, କ୍ୟାନସର ପାଇଁ ମଧ୍ୟ ଉପଯୋଗୀ, ଏହା ରସୁଣ, ବ୍ରକୋଲି, ଡ୍ରାଏ ନଟସ, ବାର୍ଲି ଆଦିରେ ମିଳିଥାଏ l
8) ଜିଙ୍କ – ଏହା ଓଏଷ୍ଟର, କଙ୍କଡା, ଦହି, ବିନସ ଆଦିରୁ ମିଳିଥାଏ, ଏହା ଇମ୍ୟୁନୋ ରେସପନସ କୁ ସ୍ଲୋ କରିବାରେ ସାହାଯ୍ୟ କରେ ଓ ଇନଫ୍ଲାମେସନ କୁ କଣ୍ଟ୍ରୋଲ କରେ l
ତା ସହିତ ଲେମ୍ବୁ କମଳା ଓ ଅଙ୍ଗୁର ଜାତୀୟ ଖାଦ୍ୟ, କ୍ୟାପଶିକମ, ବ୍ରକୋଲି, ରସୁଣ, ଅଦା, ପାଳଙ୍ଗ, ବସା ଦହି, ଅଲମଣ୍ଡ, ହଳଦୀ, ଗ୍ରୀନ ଟି, ପପେୟା, kiwi ଆଦି ଇମ୍ୟୁନ୍ୟୁ ସିଷ୍ଟମ କୁ ବଢାଇବାରେ ସାହାଯ୍ୟ କରିଥାଏ l
Herbs For immunity
ଅଶ୍ୱଗନ୍ଧା, ଆମଲାକି, ଭୁମି ଆମଲା, ଅର୍ଜୁନ, ଯଷ୍ଟିମଧୁ, ମଞ୍ଜିଷ୍ଠା, ଗିଲୋୟ, ବ୍ରାହ୍ମୀ, ଶୁଣ୍ଠି, ତୁଳସୀ, ଗୋଲମରିଚ, ହଳଦୀ, ଇତ୍ୟାଦି..